Skip to playerSkip to main content
  • 14 minutes ago
କଟକ: ମୂଳାଷ୍ଟମୀ ଉପଲକ୍ଷେ ସାରା ଓଡ଼ିଶାରେ ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହୋଇଯାଇଛି ଶାରଦୀୟ ଷୋଡ଼ଶ ଉପଚାର ପୂଜା । କଟକର ଆରାଧ୍ୟ ଦେବୀ ମା' କଟକ ଚଣ୍ଡୀ ଓ ଗଡ଼ଖାଇର ଅଧିଷ୍ଠାତ୍ରୀ ମା' ଗଡଚଣ୍ଡୀ ପୀଠରେ ସହସ୍ର କୁମ୍ଭାଭିଷେକ ଓ ଘଟ ସ୍ଥାପନ କରାଯାଇ ମା' ଙ୍କୁ ଆବାହନ କରାଯାଇଛି । ଏଥିପାଇଁ ପବିତ୍ର ନଦୀରୁ ଜଳ କଳସ ଆଣି ମା'ଙ୍କ ପୀଠରେ ସ୍ଥାପନା କରାଯାଇଛି । ମା' ଜଗତ ଜନନୀ ଶରତ କାଳୀନ ପୂଜାରେ ବିଜୟା ଦଶମୀ ପର୍ଯ୍ୟନ୍ତ ବିଭିନ୍ନ ବେଶରେ ସଜେଇ ହୋଇ ଦର୍ଶନ ଦେବେ ।


ସୁସଜ୍ଜିତ କଟକର ଶକ୍ତି ପୀଠ ଏବେ ଭକ୍ତିମୟ ଓ ଭାବମୟ ପରିବେଶରେ ମୁଖରିତ ହୋଇଉଠୁଛି । ମୂଳାଷ୍ଟମୀ ବା ଦେବୀ ଉତ୍ଥାପନରେ ଆରମ୍ଭ ହୋଇଛି ଶରତକାଳୀନ ଷୋଡଶ ଉପଚାର ପୂଜା । ଏହି ଅବସରରେ ନଦୀ କୂଳରେ ଘଣ୍ଟ ଘଣ୍ଟା ବାଦ୍ୟ ସହ ସପ୍ତତୀର୍ଥଙ୍କୁ ଆବାହନ କରାଯାଇଥିଲା । ମନ୍ତ୍ର ଉଚ୍ଚାରଣରେ ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା ।ଯଥାବିଧି ପୂଜାର୍ଚ୍ଚନା କରି ପୀଠକୁ କଳସ ନିଆଯାଇଥିଲା ।ପରେ ମା'ଙ୍କ ମହାସ୍ନାନ କରାଯାଇ ରୀତିନୀତି ଅନୁଯାୟୀ ଷୋଡଶ ଉପଚାର ପୂଜା ଆରମ୍ଭ ହୋଇଥିଲା । ଆଜି ଠାରୁ ପ୍ରତ୍ୟହ ଚଣ୍ଡୀପାଠ, ହୋମଯଜ୍ଞ ସହିତ ବିଜୟା ଦଶମୀ ପର୍ଯ୍ୟନ୍ତ ଉଭୟ ଶକ୍ତି ପୀଠରେ ୧୬ ଦିନ ଧରି ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେବେ ଦୁଇ ଅଧିଷ୍ଠାତ୍ରୀ ଦେବୀ । 


ମା' କଟକ ଚଣ୍ଡୀଙ୍କୁ ସୁନା ବେଶରେ ଦର୍ଶନ କରି ଭକ୍ତ ଭାବବିହ୍ୱଳ ହୋଇ ପଡିଛନ୍ତି । ଶ୍ରଦ୍ଧାଳୁ ଦୀପ ଜାଳି ମୁଣ୍ଡିଆ ମାରି ମା' ଙ୍କ ଆଶିଷ ଲଭିଛନ୍ତି । ସଂସାରର ଦୁଃଖ କଷ୍ଟ ହରଣ କରିବା ପାଇଁ ମା' ଙ୍କ ପାଖରେ ମିନତୀ କରି ଦୈବୀ କୃପା ଲାଭ କରିବାକୁ ପ୍ରଥମ ଦିନରୁ ହିଁ ଭକ୍ତମାନଙ୍କର ଗହଳି, ପୀଠ ମାନଙ୍କରେ ଦେଖିବାକୁ ମିଳିଛି ।ଏହା ମଧ୍ୟ ପଢନ୍ତୁ:Durga Puja: ଅଢ଼େଇ ଲକ୍ଷ ଟପିଲାଣି ରୂପା ଦର; ମା'ଙ୍କ ସାଜସଜ୍ଜାରେ ରହିବନି କମି, ତାରକସି ଚାନ୍ଦିମେଢ଼ରେ ଚମକିବ ସିଲ୍‌ଭର୍‌ ସିଟିରାଜ୍ୟର ପ୍ରଥମ ଗଣେଶ ମେଢ଼; ଗଜାନନଙ୍କ ପୂଜାରେ ଝଲସିଲା ଚାନ୍ଦି, ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ, ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଗହଳିଇଟିଭି ଭାରତ, କଟକ

Category

🗞
News
Transcript
00:00Thank you very much.
00:33Thank you very much.

Recommended